01/04/2018
ମାଲାକନଗିରି ଜିଲ୍ଲାବିଜେଡି ଦଳ ପକ୍ଷରୁ ଆୟୋଜିତ କର୍ମୀସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ, ସାଂସଦ, ବିଧାୟକ.
ମାଲକାନଗିରି, ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟ ସର୍କିଟହାଉସ ଠାରେ ଆୟୋଜିତ କର୍ମୀସମ୍ମିଳନୀରେ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ ଶ୍ରେଣୀ କଲ୍ୟାଣ ମନ୍ତ୍ରୀ ରମେଶଚନ୍ଦ୍ରମାଝୀ, ସାଂସଦ ବଳଭଦ୍ରମାଝୀ, ବିଧାୟକ ମାନସ ମାଡକାମି, ବିଧାୟକ ଡମ୍ବରୁ ସିସା ଯୋଗଦେଇ ମାଲକାନଗିରି ଜିଲ୍ଲାରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ନେବେ ସେ ସଂପର୍କରେ ଆଲୋଚନା କରିଥିଲେ। ଏହାବ୍ୟତିତ ଜିଲ୍ଲାକୁ ରାଜ୍ୟର ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଟାକରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାଧାରଣ ବଟଂନ ବ୍ୟବସ୍ଥା, ବାର୍ଦ୍ଦକ୍ୟ ଓ ବିଧାବ ଭତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକାଘର ଯୋଜନାରେ ଗରିବ ଲୋକମାନଙ୍କୁ ସମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ଓ ଆଗାମି ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ଯେପରି ବିଜେଡି ଦଳ ବୀଜୟୀ ହେବ ସେଥିପ୍ରତି ଗରୁତ୍ୱ ଦେବାପାଇଁ କର୍ମୀମାନଙ୍କୁ ମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ମାଲକାନଗରି ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ରାଜ୍ୟକାର୍ଯ୍ୟାକାରଣି ସଦସ୍ୟ ଧନୁର୍ଯ୍ୟ ମାଡକାମି, ସତ୍ୟପାଣିଗ୍ରାହି, ବିଜେଡି ନେତା ରମେଶପଟନାୟକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟନାୟକ, ରାଜେନ୍ଦ୍ର ପଣ୍ଡା, ସଦାନନ୍ଦ ଖରା, ଓକିଲ ଗୋପାଳପଣ୍ଡା, ଓକିଲ ଲମ୍ବୋଧର ତୁର୍କୁ, ଜଗବନ୍ଧୁ ପଡିଆରୀ, ଦହନାଟାଙ୍ଗୁଲ, ଜିଲ୍ଲାଯୁବ ବିଜେଡି ସଭାପତି ନିରୋଧମିସ୍ତ୍ରୀ, ଜିଲ୍ଲାଛାତ୍ର ବିଜେଡି ସଭାପତି ସୋମେଶବାଗ, ସର୍ବବିଷୋୟୀ, ବିକାଶ ମଣ୍ଡଳ ଙ୍କ ସହିତ ବିଜେଡି ଦଳର ବରିଷ୍ଟ ନେତେ ଓ କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।