19/01/2025
୨୦ଓଭର୍ ବିଶିଷ୍ଟ ମ୍ୟାଚରେ ଗୋଡ଼ା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।ଦଳ ନିର୍ଦ୍ଧାରିତ ୧୯.୨ ଓଭର୍ ସମସ୍ତ ୱିକେଟ୍ ହରାଇ ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଓମକାର ୧୮ ଟି ବଲ୍ ରୁ ୫ଟି ଚୌକା ଓ ୧ଟି ଛକା ସହାୟତାରେ ୨୯ ରନ୍ କରିଥିଲେ ଓ ନିହାର ୨୧ଟି ବଲ୍ ରୁ ୩ଟି ଚୌକା ସହାୟତା ରେ ଦ୍ରୁତ ୧୮ ରନ୍ କରିଥିଲେ। ଟାଙ୍ଗିଆପଡା ତରଫରୁ ପୁରସ୍ତମ ୪ଟି, ପଶ୍ଚିମା ଓ ରୋହିତ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଟାଙ୍ଗିଆପଡା ୧୩.୨ ଓଭର୍ ରେ ୨ଟି ୱିକେଟ୍ ହରାଇ ୧୩୨ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ପଶ୍ଚିମା ୨୮ଟି ବଲ୍ ରୁ ୨ଟି ଚୌକା ଓ ୫ଟି ଛକ ସହାୟତା ରେ ୪୨ ରନ୍ ଓ ବିଶ୍ୱଜିତ୍ ୧୯ଟି ବଲ୍ ରୁ ୪ଟି ଚୌକା ଓ ୧ଟି ଛକା ସହାୟତା ରେ ୨୯ ରନ୍ କରିଥିଲେ। ଗୋଡ଼ା ଦଳ ପକ୍ଷରୁ ତପୁ ଓ ଲକି ୧ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ରେ ଟାଙ୍ଗିଆପଡ଼ା ଦଳ ୮ ୱିକେଟ୍ ରେ ବିଜୟ ଲାଭ କରି ଚାମ୍ପିୟାନ ହୋଇଥିଲା। ଟାଙ୍ଗିଆପଡ଼ା ଦଳର ପୁରସ୍ତମ ମୁଦୁଲି ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ।
ବେଷ୍ଟ ବ୍ୟାଟ୍ସମ୍ୟାନ୍ - ଆଜାଦ୍ ଖାନ (ଟାଙ୍ଗିଆପଡ଼ା)
ବେଷ୍ଟ ବୋଲର - ପଶ୍ଚିମା ପ୍ରଧାନ
ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ - ପଶ୍ଚିମା ପ୍ରଧାନ