28/02/2021
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ଵର ଜିଲ୍ଲା ତରଫରୁ ଏକ ୨ ଦିନିଆ ପୁରୁଷ ଏବଂ ମହିଳା ଜିଲ୍ଲା ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ୧୬ ଟି ଏବଂ ଦ୍ଵିତୀୟ ଦିନରେ ୧୦ ଟି ଟିମ୍ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଏହି ଆୟୋଜନ କୁ ଏକ ବିସ୍ତାର ରୂପ ଦେଇଛନ୍ତି। ସମ୍ମାନିତ ଅତିଥି ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ରାଶି, ସାର୍ଟିଫିକେଟ,ମେଡାଲ ଆଦି ମାଧ୍ୟମରେ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିବା ସମଗ୍ର ଜିଲ୍ଲା ର ଛାତ୍ରଛାତ୍ରୀ, ଅକ୍ଲାନ୍ତ ପରିଶ୍ରମ କରିଥିବା ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତା ଏବଂ ମୂଲ୍ୟବାନ ସମୟ ଦେଇ ଉପସ୍ଥିତ ହୋଇଥିବା ଶୁଭେଚ୍ଛୁ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ପରିବାର ତରଫରୁ ଅସୁମାରୀ ଧନ୍ୟବାଦ।