Athletic Association,Malipali

Athletic Association,Malipali For the Love of the Game ⚽💙

Deepest Condolences 🙏We mourn the untimely loss of Ganesh Mallik (Haribola), our beloved Defender of Athletic Associatio...
05/11/2025

Deepest Condolences 🙏

We mourn the untimely loss of Ganesh Mallik (Haribola), our beloved Defender of Athletic Association Malipali, who passed away on 3rd November in a tragic road accident.
Even in his passing, he gave the gift of sight by donating his eyes. 🕊️💔
May his noble soul rest in peace. 🙏🏽😔

୩୯ତମ ଏକ-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ଉଦ୍‌ଯାପିତ: ଅଖିଲ୍ ଇଲେଭନ୍ ଚାମ୍ପିଅନAthletic Association,Malipali  ତରଫରୁ ଅ...
27/10/2025

୩୯ତମ ଏକ-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ଉଦ୍‌ଯାପିତ: ଅଖିଲ୍ ଇଲେଭନ୍ ଚାମ୍ପିଅନ

Athletic Association,Malipali ତରଫରୁ ଅନୁଷ୍ଠିତ ୩୯ତମ ଏକ-ଦିବସୀୟ ମାଁ ମାଉଲି ଫୁଟବଲ କପ୍ , ମାଲିପାଲି-୨୦୨୫ ର ଉଦଯାପନୀ ଅବସରରେ ମୁଖ୍ୟଅତିଥି ଭାବେ ନିଷ୍ଠା ପରିବାର ତଥା ଅଡଗାଁ ପ୍ୟାକ୍ସର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠ ଓ ସମ୍ମାନିତ ଅତିଥି ଭାବେ ଗାଈସୀମା ସରପଞ୍ଚ ଶ୍ରୀଯୁକ୍ତ ଧିରନ୍ ମହାପାତ୍ର ଓ ଯୁବ ନେତା କ୍ଷୀରୋଦ୍ର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ମାଲିପାଲି ଗ୍ରାମବାସୀ ଓ ଦର୍ଶକମାନେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ : ମିର୍ଦ୍ଧା ଏଫ୍.ସି, ଟିଙ୍ଗିପାଲି, ଜାଙ୍ଗେଡ଼, ସାଇ ଇଲେଭେନ, ଲାଦେରପାଲି, ଲୁଇସିରା, ବି.ଏସ୍.ଏ କ୍ଲବ୍ ଓ ଅଖିଲ୍ ଇଲେଭେନ ଭାଗ ନେଇଥିଲେ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି-ଫାଇନାଲ ଟିଙ୍ଗିପାଲି ଓ ଜାଙ୍ଗେଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଙ୍ଗିପାଲି ୧-୦ ଗୋଲରେ ବିଜୟଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା। ଅପରପକ୍ଷରେ ଦ୍ୱିତୀୟ ସେମି-ଫାଇନାଲ ଲାଦେରପାଲି ଓ ଅଖିଲ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଖିଲ୍ ଇଲେଭେନ ଟାଇ-ବ୍ରେକର ଜରିଆରେ ବିଜୟଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା।

ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିଙ୍ଗିପାଲି ଓ ଅଖିଲ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଖିଲ୍ ଇଲେଭେନ ଟାଇ-ବ୍ରେକର ଜରିଆରେ ବିଜୟଲାଭ କରି ୩୯ତମ ଏକ-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ର ଚାମ୍ପିଅନ ହୋଇଥିଲା।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥି, ରେଫରି, ଖେଳାଳି, ଦର୍ଶକ ତଥା ସମସ୍ତଙ୍କୁ Athletic Association Malipali ତରଫରୁ ଅଶେଷ ଅଶେଷ ଧନ୍ୟବାଦ 🙏

Brace yourself to witness 39th One-Day Maa Mauli Football Cup, Malipali,Bargarh- 2025.⚽🎇
20/10/2025

Brace yourself to witness 39th One-Day Maa Mauli Football Cup, Malipali,Bargarh- 2025.
⚽🎇

13/10/2025
ଶହୀଦ ରଞ୍ଜନ ଦାଶଙ୍କ ସ୍ମୃତିରେ ୩୮ତମ ଦ୍ୱି-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ଉଦ୍‌ଯାପିତ: ବରଗଡ଼ ୟୁନାଇଟେଡ୍ ଚାମ୍ପିଅନAthlet...
13/10/2025

ଶହୀଦ ରଞ୍ଜନ ଦାଶଙ୍କ ସ୍ମୃତିରେ ୩୮ତମ ଦ୍ୱି-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ଉଦ୍‌ଯାପିତ: ବରଗଡ଼ ୟୁନାଇଟେଡ୍ ଚାମ୍ପିଅନ

Athletic Association,Malipali ତରଫରୁ ଅନୁଷ୍ଠିତ ଶହୀଦ ରଞ୍ଜନ ଦାଶଙ୍କ ସ୍ମୃତିରେ ୩୮ତମ ଦ୍ୱି-ଦିବସୀୟ ମାଁ ମାଉଲି ଫୁଟବଲ କପ୍ , ମାଲିପାଲି-୨୦୨୫ ର ଉଦଯାପନୀ ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶହୀଦ ରଞ୍ଜନ ଦାଶଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ଉତ୍ତମ ଦାଶ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ତଥା ଗାଇସୀମା ଗ୍ରାମ-ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ଉମେଶ ପଣ୍ଡା, ନିଷ୍ଠା ପରିବାର ତଥା ଅଡଗାଁ ପ୍ୟାକ୍ସର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ, ଗାଈସୀମା ସରପଞ୍ଚ ଶ୍ରୀଯୁକ୍ତ ଧିରନ୍ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ମାଲିପାଲି ଗ୍ରାମବାସୀ ଓ ଦର୍ଶକମାନେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଶହୀଦ ରଞ୍ଜନ ଦାଶଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ମଦନ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ : ଝାରସୁଗୁଡ଼ା (ଶାନ୍ତିନଗର), ବଲାଙ୍ଗିର (ସ୍ପୋର୍ଟସ୍ ହଷ୍ଟେଲ), ବରଗଡ଼ (ୟୁନାଇଟେଡ଼), ଜାମସେଦପୁର (ଅରୁଣା ସମିତି କ୍ଲବ୍), ଫୁଲବାଣୀ (ସ୍ପୋର୍ଟସ୍ ହଷ୍ଟେଲ), ବି.ଏମ.ପୁର (ସିସି.ଏଫ୍.ଏ), ରାଉରକେଲା (ଏଲ୍ ଏସ୍ ବ୍ରଦର୍ଶ) ଓ ସମ୍ବଲପୁର (ସମଲେଶ୍ଵରୀ କ୍ଲବ୍) ଭାଗ ନେଇଥିଲେ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି-ଫାଇନାଲ ଝାରସୁଗୁଡ଼ା (ଶାନ୍ତିନଗର) ଓ ବରଗଡ଼ (ୟୁନାଇଟେଡ଼) ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବରଗଡ଼ (ୟୁନାଇଟେଡ଼) ୪-୧ ଗୋଲରେ ବିଜୟଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା। ଅପରପକ୍ଷରେ ଦ୍ୱିତୀୟ ସେମି-ଫାଇନାଲ ବି.ଏମ.ପୁର (ସିସି.ଏଫ୍.ଏ) ଓ ସମ୍ବଲପୁର (ସମଲେଶ୍ଵରୀ କ୍ଲବ୍) ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବି.ଏମ.ପୁର (ସିସି.ଏଫ୍.ଏ) ୫-୦ ଗୋଲରେ ବିଜୟଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା।

ଟୁର୍ଣ୍ଣାମେଣ୍ଟର ଫାଇନାଲ ବରଗଡ଼ (ୟୁନାଇଟେଡ଼) ଓ ବି.ଏମ.ପୁର (ସିସି.ଏଫ୍.ଏ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବରଗଡ଼ (ୟୁନାଇଟେଡ଼) ୧-୦ ଗୋଲରେ ବିଜୟଲାଭ କରି ଶହୀଦ ରଞ୍ଜନ ଦାଶଙ୍କ ସ୍ମୃତିରେ ୩୮ତମ ଦ୍ୱି-ଦିବସୀୟ ମାଁ ମାଉଲି ଫୁଟବଲ କପ୍, ମାଲିପାଲି-୨୦୨୫ ର ଚାମ୍ପିଅନ ହୋଇଥିଲା।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥି, ରେଫରି, ଖେଳାଳି, ଦର୍ଶକ ତଥା ସମସ୍ତଙ୍କୁ Athletic Association Malipali ତରଫରୁ ଅଶେଷ ଅଶେଷ ଧନ୍ୟବାଦ 🙏

13/10/2025

United sports club Bargarh champion 🏆 in Malipali

🔥 Brace yourself for the Grand Showdown! 🔥Get ready to witness the Semifinals & Final of the🏆 In Memory of Saheed Ranjan...
11/10/2025

🔥 Brace yourself for the Grand Showdown! 🔥
Get ready to witness the Semifinals & Final of the
🏆 In Memory of Saheed Ranjan Dash — 38th Maa Mauli Football Cup, Malipali, Bargarh – 2025! 🏆

⚽ Tomorrow — Where Passion Meets Glory!
✨ Special Attraction: Players from Ghana 🇬🇭 & Nepal 🇳🇵

Come, cheer for the champions in the making! 💪

10/10/2025

⚽✨ Get ready for the ultimate football clash! ✨⚽
In memory of Saheed Ranjan Dash, witness the 38th Two-Day Maa Mauli Football Cup – 2025 🏆 at Malipali Playground, Bargarh.

📅 Dates: 11th & 12th October 2025
⏰ Matches start from 10 AM

Come, cheer for your favorite team and be a part of this thrilling football fest! 💥⚡

Address

Bargarh

Alerts

Be the first to know and let us send you an email when Athletic Association,Malipali posts news and promotions. Your email address will not be used for any other purpose, and you can unsubscribe at any time.

Share

Category