26/08/2026
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ରେ ଚାମ୍ପିଅନ ହେଲା ରାମଧୂନ କ୍ଳବ୍*- ୨୫-୦୮- ସୋନପୁର - ମ୍ୟୁନିସିପାଲିଟି ଜୋନ୍ ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ ର ଫାଇନାଲ ମ୍ୟାଚ ଆଜି ରାମଧୁନ୍ କ୍ଲବ୍ ଓ ରିଜର୍ଭ ପୋଲିସ ପୋଲିସ ଟିମ୍ ମଧ୍ୟ ରେ ଅନୁଷ୍ଟିତ ହୋଇ ଯାଇଛି l ରିଜର୍ଭ ପୋଲିସ ଦଳ କୁ -୬ ୦ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ୍ ମ୍ୟୁନିସିପାଲଟି ଜୋନ୍ ର ଚମ୍ପିଆନ ହୋଇଛି l ଆଜିର ଏହି ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ସୋନପୁର ପୌରୋ ପରିଷଦ ର ଅଧ୍ୟକ୍ଷା ତାମସୀ ତାମସ୍ମିତ ନାୟକ ,ଦିଷ୍ଟିକ ଆଥଲେଟିକ୍ ଆସୋସିଏସନ ର କାର୍ଯ୍ୟକାରୀ ସଦସ୍ୟ କଇରୁ ସ୍ୱାଇଁ, ରାମ କୁମାର ସାହୁ, ଭେଟେରାନ ଫୁଟବଲ ଖେଳାଳି ଗୋରେଖ ନାଥ ସାହୁ, ଅଖୁଜ ବକ୍ସି, ବାବୁଲା ବେବର୍ତ୍ତା, ନର୍ସିଂ ରାଓ, ହୁସେନ ମହମ୍ମଦ୍, କାଉନସିଲର ସୁକାନ୍ତ ସାହୁ, ଗଙ୍ଗାଧର ତରିଆ, ରାମଧୂନ କ୍ଲବ ର ସଦସ୍ୟ ପ୍ରଦିପ ସାହୁ, ପଦ୍ମଲୋଚନ ସାହୁ,ଦିଷ୍ଟିକ୍ ଆଥଲେଟିକ୍ ଆସୋସିଏସନ୍ ର ସଦସ୍ୟ ବୁବୁନ ନାୟକ, ରାଜୀବ ପଟ୍ଟନାୟକ, ଚନ୍ଦନ ସାହୁ, ପୁରେନ୍ଦ୍ର ନାୟକ, ରିପୁନ ନାୟକ, ରବିନାରାୟଣ ଦେହୁରୀ, ଅମିତ୍ ସାହୁ, ମଦନ ସାହୁ ଉପସ୍ଥିତ ଥିଲେ ,ମ୍ୟାନ ଅଫ ଦି ମ୍ୟାଚ ଓ ସୀରିଜ ଭାବରେ ପାରସ ମହାନନ୍ଦ ,ଜର୍ସି ନମ୍ବର ୧୩ , କିରଣ ନାଏକ୍ ଙ୍କୁ ବେଷ୍ଟ ଡିଫେନ୍ସ, ଏମାର୍ଜିଂ ଖେଳାଳି ଭାବେ ଚନ୍ଦନ ବେହେରା ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ରାଜେଶ୍ ଥନାପତି ମୁଖ୍ୟ ରେଫରୀ ଭାବେ, ସୁଶାନ୍ତ ବାଗ, ସୁଦାମ ଜଗଦଲା , ଓ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ l କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଦିଗାମ୍ବର ଶତପଥୀ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ସୁବାସ ବିଶ୍ଵାଳ, ବିକାଶ ପଣ୍ତା, ଭକ୍ତି ରଞ୍ଜନ ଦଳାଇ, ଫୁଟବଲ ସଂପାଦକ ରାଜୀବ ସାହୁ, କଳିମ ମହମ୍ମଦ, ସଂତୋଷ ପାଢ଼ୀ, ରାଜ କୁମାର ନାଏକ୍, ହୃଷୀ କେଶ ପଣ୍ତା, ଅନିଲ ସାହୁ, ରବି ଦେହୁରୀ, ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l