11/07/2026
Congratulations champ
#ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା !
#ଓଡ଼ିଶାକୁ ଦୁଇ ବ୍ରୋଞ୍ଜ ଓଡ଼ିଶା ଖାତାକୁ ଆସିଲା ଦୁଇଟି ବ୍ରୋଞ୍ଜ ପଦକ !
#ଭୁବନେଶ୍ୱର,(ଚକ୍ରଧର ମାଝି) : ପୁଣେଠାରେ ଚାଲିଥିବା ୫ମ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଜାତୀୟ ଚାମ୍ପିୟନସିପ୍-୨୦୨୬ (5th India Taekwondo Poomsae National Championship -2026) ରେ ଓଡ଼ିଶାର କ୍ରୀଡ଼ାବିତ୍ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜୁଲାଇ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି।
ରାଜ୍ୟର ପ୍ରତିଭାବାନ ତାଇକୋଣ୍ଡୋ ଖେଳାଳି ଏସ. ସମରଜିତ୍ ଚକ୍ର (S. Samarjeet Chakra) ୩୦ ବର୍ଷରୁ କମ୍ ପୁରୁଷ ବିଭାଗରେ (Under 30 Recognized Male) ଏବଂ ଆଦ୍ୟମ ଅରିଜିତ୍ ରାୟ (Adyam Arijeet Ray) କ୍ୟାଡେଟ୍ ପୁରୁଷ ବିଭାଗରେ (Cadet Recognized Male) ଦେଶର ଅନ୍ୟ ପ୍ରତିଯୋଗୀମାନଙ୍କୁ କଡ଼ା ଟକ୍କର ଦେଇ ଏହି ବ୍ରୋଞ୍ଜ ପଦକ ଜିତିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶାର ଟେକ ରଖିଥିବା ଏହି ଦୁଇ କ୍ରୀଡ଼ାବିତଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ତାଇକୋଣ୍ଡୋ ସଂଘ ଏବଂ କ୍ରୀଡ଼ାପ୍ରେମୀମାନେ ଉଭୟଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।