Chittan

Chittan PEOPLE WHO ENGAGE IN VARIETY OF EXPERIENCES ARE MORE LIKELY TO RETAIN POSITIVE EMOTIONS & MINIMISE NEGATIVES. THIS IS THE AIM OF THIS GROUP

08/08/2026

**********************
ଶୀର୍ଷକ:-
ନନ୍ଦ ରାଜାର ଟିକି ପିଲା

ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
**********************
ସଜନୀରେ ନନ୍ଦ ରାଜାର ସେଇ
ତ ଟିକି ପିଲାଟି,
ଗୋପରେ ସମସ୍ତେ ଟିକି ପିଲା ବୋଲି
ଯାହାକୁ ବୋଲନ୍ତି
।1।

ଆଶ୍ଚର୍ଯ୍ୟ କିପରି ବଧ କରି ଥିଲେ
ଅସୁର ମାନଙ୍କୁ,
ପୂତନା, ଶକଟ, ବକାସୁର ଭଳି
ବଡ଼ ଅସୁରଙ୍କୁ
।2।

ସଜନୀରେ କୃଷ୍ଣ ଯେ ନନ୍ଦ ଘରରେ
ଗୋପପୁରେ ରହି
କିପରି ଗୋପର ସେ ନାରୀ ମାନଙ୍କୁ
ପାରିଲେ ଯେ ମୋହି
।3।

ସଜନୀ ଲୋ ଅପୂର୍ବ ମୋହନ ରୂପ
ଧରି ଗୋପୀନାଥ
କଦମ୍ବ ମୂଳରେ ବିଜେ ହିଁ କରନ୍ତି
ବେଣୁ ଧରି ହସ୍ତ
।4।

ବିଚିତ୍ର ରସରେ ରଙ୍ଗ ରାସ କ୍ରୀଡ଼ା
କରି ଦେବସ୍ୱାମୀ
ମାୟା କରିଣ ଗୋପୀଙ୍କ ସଙ୍ଗତରେ
ପାରୁଥିଲେ ରମି
।5।

ବନମାଳୀର ବେଣୁ ଏଡ଼େ ଆଶ୍ଚର୍ଯ୍ୟ,
କରିପାରେ ବାଇ,
ଗୋପପୁର ନାରୀ ଅବହେଳେ ବଶ
ହେଉଥିଲେ ଯାଇ
।6।

ସଜନୀ ଲୋ ଗୁରୁଣ୍ଡି ଗୁରୁଣ୍ଡି ସିଏ
ଅଗଣାରେ ବୁଲେ,
ପଛେ ପଛେ ଧାନ୍ତି ଯଶୋଦା, ମାଟିକୁ
ସାରା ଦେହେ ବୋଳେ
।7।

ସଜନୀ ଲୋ ଭାବନି ନନ୍ଦ ରାଜାର
ସେଇ ଟିକି ପିଲା
ସେଇ ଅଟେ ଅବତାରୀ, ଇନ୍ଦ୍ର ରାଜା
ଦର୍ପ ଚୂର୍ଣ୍ଣ କଲା
।8।

କି କହିବି ଲୀଳା ସେ ଗୋବର୍ଦ୍ଧନ ଟେକି
ଗୋପକୁ ରଖିଲା
ହରି ସିଏ ଏବଂ ଦେଖାଇଲା ତାର
ଅବତାରୀ ଲୀଳା
।9।

ନନ୍ଦର ଟିକି ପିଲା କଂସକୁ ବଧି
ଧର୍ମକୁ ରଖିଲା
ଉଗ୍ରସେନଙ୍କୁ ରାଜା, ଦେବକୀ
ମାତା ଉଦ୍ଧାରିଲା !
।10।
ଭାବୁଅଛୁ ଯାହାକୁ ନନ୍ଦ ରାଜାର
ସେ ହିଁ ଟିକି ପିଲା
ସେହି ପୁଣି ଦିନେ ଦ୍ବାରିକା ନଗର
ପ୍ରତିଷ୍ଠା କରିଲା
।11।

ନନ୍ଦ ରାଜା ଟିକି ପିଲା ବିନା ଅସ୍ତ୍ରେ କୁରୁ
କ୍ଷେତ୍ରରେ ଜିତିଲା
ଅଧର୍ମ ନାଶି ଧର୍ମକୁ ପ୍ରତିଷ୍ଠାରେ
ଗୀତା ଜ୍ଞାନ ଦେଲା

।12।

***********************କ୍ରାନ୍ତି ସପ୍ତାହ ପାଇଁ ଆଜିର କବିତାଶୀର୍ଷକ: ଗୋଲାମିର ଶେଷ ଅସ୍ତିତ୍ୱ ଯାଏ ଲଢିବୁଲେଖକ: ଚିତ୍ତରଞ୍ଜନ ନନ୍ଦ  ଠିକଣା...
08/08/2026

***********************
କ୍ରାନ୍ତି ସପ୍ତାହ ପାଇଁ
ଆଜିର କବିତା
ଶୀର୍ଷକ: ଗୋଲାମିର ଶେଷ
ଅସ୍ତିତ୍ୱ ଯାଏ ଲଢିବୁ
ଲେଖକ: ଚିତ୍ତରଞ୍ଜନ ନନ୍ଦ
ଠିକଣା: ଜଗତପୁର, କଟକ
************************

ଶୃଙ୍ଖଳରେ ବ୍ୟକ୍ତିର ନିଜସ୍ବ
ଚିନ୍ତାକୁ,
ଆବଦ୍ଧ କରି ମାନି ନିଏ
ଯାତନାକୁ,
ଦାସତ୍ୱର ସ୍ବୀକାର କରଇ
ତ ସିଏ,
ବ୍ୟକ୍ତିତ୍ୱ, ସ୍ବାଭିମାନ, ବିବେକ,
ହରାଏ
।1।

ଧ୍ୱଂସ ହୋଇ ମଣିଷତ୍ବ ଯେ
ମାନବର,
ଜୟଗାନ କରିଥାଏ ତ
ମୁନିବର,
ଆତ୍ମକୈନ୍ଦ୍ରିକ ଦୁର୍ନୀତିଗ୍ରସ୍ତ
ଲୋକର,
ହୁଏ ଯେ ସମାଜ ଶଠତାର
ଶିକାର
।2।

ଗୋଲାମି ତ ଘୃଣ୍ୟ ଚିନ୍ତାଧାରା
ଗୋଟିଏ,
ସମୂହର କ୍ଷତି ପାଇଁ ଉଦ୍ଦିଷ୍ଟ
ରହେ,
ସ୍ବାର୍ଥ ସିଦ୍ଧିର ଅହେତୁକ
ଶିଖରରେ,
ଅସମର୍ଥ ଅନ୍ୟାୟ ସାମ୍ନା
କରିବାରେ
।3।

ଯେଣୁ ଗୋଲାମିର ପରିଚୟରେ
ଜୀବିତ,
ସ୍ବଇଚ୍ଛାରେ ସ୍ବାର୍ଥ ପାଇଁ ନିଏ
ଦାସତ୍ୱ,
ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ
ପାଖରେ,
ଚାଟୁକାର ସେ ପଦ ପଦବୀ
ଲୋଭରେ
।4।

ଭାରତ ପରାଧୀନତାରୁ
ମୁକ୍ତି ହୁଏ,
ମାର୍ମିକ ଚିନ୍ତାଧାରାରୁ
ବିଚ୍ୟୁତ ହୁଏ,
ଗୋଲାମିର ପରିଚୟରେ
ତ ଜୀବିତ,
ପରସ୍ପର ଲୁଚକାଳି ଖେଳ
ରେ ବ୍ୟସ୍ତ
।5।

ଆକାଶରେ ଉଡୁଥିବାର
ଚଢେଇକୁ,
ଚଢେଇୟା ଧରିବାରେ
ସମର୍ଥ ତାକୁ,
ପ୍ରଶ୍ନ ଆସେ କିପରି ସମର୍ଥ
ହେଉଛି?,
ଜାଲ ବିଛେଇବାର ଏକ
ଉପାୟ ଅଛି
।6।

ଚଢେଇୟା ପାଖରେ ଏକ
ଯନ୍ତ୍ର ଥାଏ,
ସେ ତାର ଉତ୍ତମ ପ୍ରୟୋଗ
କରିଥାଏ,
ଚତୁପାର୍ଶ୍ୱେ ଶସ୍ୟ ଦାନା ବିଞ୍ଚି
ଦିଅଇ,
ଚଢେଇ ଖୁଣ୍ଟିବାରେ ଶିକାରୀ
ଧରଇ
।7।

ଚାଲିବା ଅନ୍ୟାୟ, ଅତ୍ୟାଚାର
ଶୋଷଣ,
ବିରୁଦ୍ଧରେ ଲଢିବା ନହେଉ
ସ୍ଲୋଗାନ,
ଶେଷ ଶ୍ୱାସ ଓ ଶେଷ ଅସ୍ତିତ୍ୱ
ପର୍ଯ୍ୟନ୍ତ,
ସଂଘର୍ଷ କରିବା ରହୁ ଆମ
ଶପଥ
।8।

💐💐💐💐💐💐💐💐ଶୀର୍ଷକ- ମହାବିଷୁବ ସଂକ୍ରାନ୍ତି💐💐💐💐💐💐💐💐ଓଡ଼ିଆ ନୂତନ ବରଷ ଆରମ୍ଭ ପ୍ରଥମ 'ବୈଶାଖ' ଦିନ, ଏହାକୁ ଓଡ଼ିଆ କହଇ ତ 'ମହାବିଷୁବ ସଂକ୍ରାନ୍ତ...
14/04/2026

💐💐💐💐💐💐💐💐
ଶୀର୍ଷକ- ମହାବିଷୁବ ସଂକ୍ରାନ୍ତି
💐💐💐💐💐💐💐💐
ଓଡ଼ିଆ ନୂତନ ବରଷ ଆରମ୍ଭ
ପ୍ରଥମ 'ବୈଶାଖ' ଦିନ,
ଏହାକୁ ଓଡ଼ିଆ କହଇ ତ 'ମହା
ବିଷୁବ ସଂକ୍ରାନ୍ତି' ପୁଣ। ୧।

ସୂର୍ଯ୍ୟଦେବ ଏହି ଦିନ ରହିଥାନ୍ତି
ବିଷୁବ ରେଖା ଉପରେ,
ସେଇ ପ୍ରଭାବରେ ତାପ ଅନୁଭବ
ହୁଏ ପ୍ରଖର ମାତ୍ରାରେ। ୨।

କଦଳୀ ନଡ଼ିଆ ବେଲ ଗୁଡ ଛେନା
ମିଶେଇ ହୁଅଇ ପଣା,
ଭଗବାନଙ୍କୁ ଅର୍ପଣ ହେବାରୁ ଯେ
ପଣା ସଂକ୍ରାନ୍ତିରେ ଗଣା । ୩।

ଲୋକେ ଛତୁଆ ଖାଇବାକୁ ପସନ୍ଦ
କରନ୍ତି ବିଭିନ୍ନ ସ୍ଥାନରେ,
ଏହାକୁ 'ଛତୁଆ ସଂକ୍ରାନ୍ତି' କୁହନ୍ତି,
ତେଣୁ ଅନେକ ସ୍ଥାନରେ । ୪।

ଗ୍ରୀଷ୍ମ ଋତୁର ତ ଆରମ୍ଭ ହୁଅଇ,
ଶୀତଳତା ମିଳିବାକୁ,
ତୁଳସୀ ଚଉରା ଉପରେ ବାନ୍ଧତି
ଲୋକେ ଗୋଟିଏ ଠେକି କୁ । ୫।

ବସୁନ୍ଧରା ଠେକି ବସାଇ ତୁଳସୀ
ଗଛେ ଢ଼ାଳି ଥାଉ ଅର୍ଣ୍ଣ,
ଟୋପା, ଟୋପା ଜଳ ଚଉଁରାରେ ପଡ଼ି
ତେଜ ରହେ ତାର ପର୍ଣ୍ଣ । ୬।

ହନୁମାନ ଜୟନ୍ତୀ ପାଳୁ ଅନେକ
ଓଡ଼ିଆ ପରିବାରରେ,
ସ୍ବତନ୍ତ୍ର ପୂଜା ଓ ଅର୍ଚ୍ଚନା ହୁଅଇ
ଦେବାଦେବୀ ମନ୍ଦିରରେ |୭|

ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ହୁଏ
କେତେ ନୀତିର ପାଳନ,
ଶ୍ରୀଅଙ୍ଗକୁ ଶୀତଳ କରିବା ପାଇଁ
ବୋଳା ଅଗୁର ଚନ୍ଦନ । ୮।

ଓଡ଼ିଆ ପଞ୍ଜିକାରେ ନୂତନ ବରଷ
ପରା ଆରମ୍ଭ ହୁଅଇ,
ଓଡିଆର ନବବର୍ଷ ଏହା ଆମ
ସଂସ୍କୃତିର ଗର୍ବ ଏହି । ୯।

ଗ୍ରାମ ଦେବତୀ ମା' ଜାଡୁଆଙ୍କ ପାଖେ
ଶଙ୍ଖ, ଘଣ୍ଟା ଆଳତୀ ରେ,
ଝାମୁ ଦଣ୍ଡ, ଝୁଣା ନିଆଁ ପାଟ ହୁଏ
ଦେବାଦେବୀ ମଣ୍ଡପରେ |୧୦|

ଭାବନାରେ ହର୍ଷ ଆନନ୍ଦକୁ ନେଇ
ଓଡ଼ିଆ ନୂତନ ବର୍ଷ,
ବିଷୁବ ସଂକ୍ରାନ୍ତି ଦିନରେ ଉତ୍କଳେ
କ୍ରାନ୍ତି ପାଇଁ ତୁମେ ଆସ |୧୧|

ତୁମ ଶୁଭ ଆଗମନ ପାଇଁ ଦେଖ
ହୋଇଛି ସୁନ୍ଦର ସଜ୍ଜା,
ସବୁଜ ପତ୍ରର ତୋରଣ ଲମ୍ବିଛି,
ବାଜୁଛି ମଙ୍ଗଳ ବାଜା |୧୨|

ନବବର୍ଷେ ନବହର୍ଷେ ନବୀନତା
ଆଣ ପ୍ରତ୍ୟେକ ଜୀବନେ,
ଆସ ଦୀନ ହୃଦୟର କୁଟୀରରେ
ଖୁସି ଅମିୟ ସିଞ୍ଚନେ |୧୩|

ଧୋଇଯାଉ ଆମର ମନୋମାଳିନ୍ୟ
ଯାହା ହୋଇଛି ସଞ୍ଚିତ,
ଆନନ୍ଦର ଝରଣାରେ ହୃଦୟକୁ
କର ପ୍ରେମରେ ପ୍ଳାବିତ |୧୪|

ଭୁଲିବିନି କେବେ ଆମ ପରମ୍ପରା
ମହା ବିଷୁବ ସଂକ୍ରାନ୍ତି,
ଧରମ ଜାତି ଭେଦ ଭାବ ନରଖି
ପାଳିବି ମୋର ସଂସ୍କୃତି |୧୫|

💐ଆପଣମାନଙ୍କୁ ପଣା ସଂକ୍ରାନ୍ତି ଏବଂ
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଶୁଭ
କାମନା❤️❤️
ଶୁଭ ସକାଳ 💐💐💐
ଜୟ ଶ୍ରୀ ଜଗନ୍ନାଥ 🙏🙏
ଜୟ ଶ୍ରୀ ହନୁମାନ 🙏🙏
ଜୟ ଜୟ ମୋ ସଂସ୍କୃତି 🙏🙏
ଚିତ୍ତରଞ୍ଜନ ନନ୍ଦ, କଟକ

************************ପୁରୁଷ ଓ ନାରୀ ସଂସାର ରଥର************************ଅଭିନୟ ସବୁ ଏଠି, ନର ସ୍ୱାର୍ଥପରରଙ୍ଗ ଦେଖାଉ ତ ଏଠି ଅନେକ ପ...
17/03/2026

************************
ପୁରୁଷ ଓ ନାରୀ ସଂସାର ରଥର
************************
ଅଭିନୟ ସବୁ ଏଠି, ନର ସ୍ୱାର୍ଥପର
ରଙ୍ଗ ଦେଖାଉ ତ ଏଠି ଅନେକ ପ୍ରକାର
କିଏ ଦରଦୀ ସାଜିଣ ନିଲାମ କରଇ
ଅନ୍ୟର ଚରିତ୍ରକୁ ତ ଜାଣି ଜାଣି ସେହି
|୧|

ପୁରୁଷ ଓ ନାରୀ ଉଭୟ ପରିପୂରକ,
ସଂସାର ରଥର ଉଭୟ ଦୁଇଟି ଚକ
ସଭିଏଁ କରୁଛେ ଏଠି ଆମେ ହିଁ ନାଟକ
ଜୀବନ ସଫଳ କରିବା, ଜନ୍ମ ସାର୍ଥକ
|୨|

ସ୍ୱପ୍ନ ମିଶା ବାସ୍ତବତା, ନାରୀ ହିଁ ଆଲୋକ,
ଧୈର୍ଯ୍ୟ ଧରି ଯୋଗାଏ ସଫଳତାର ଲୋକ,
ଚିତାନଳେ ଭସ୍ମ ନୁହେଁ ସେନେହ ବନ୍ଧନ,
କେବେ କାହିଁ ହେବ ନିଶ୍ଚେ ଶୁଭ ସମ୍ମେଳନ
|୩|

ଗୋଟିଏ ଚକରେ ରଥଟି ଅକାମୀ ହୁଏ,
ସଂସାର ରୂପକ ରଥଟି ଚାଲି ନଥାଏ,
ହୃଦୟକୁ ଥରେ ପଚାର ତୁମେ ହିଁ କିଏ,
ରଥର ଚକକୁ ତୁମେ ଭାଙ୍ଗିବାକୁ କିଏ
|୪|

ସୁଖ ଓ ଦୁଃଖ, ଏହି ତ ବିଚିତ୍ର ସଂସାର,
ମଧୁବୋଳା କଥାରେ କେ ଚଟାଏ ଜହର,
ଜାଣୁ ଜାଣୁ ତାଦ୍ୱାରା ହେବ ଯେ ନାରଖାର,
ଦଂଶି ଚାଲେ ପ୍ରକୃତିକୁ ଭୁଲି ବାରମ୍ବାର
|୫|

ହେଲେ ପଛରେ ଥାଏ ତାର କଳା ହୃଦୟ,
ଉପରେ ରଙ୍ଗଟି ସୁନ୍ଦର କିନ୍ତୁ ଗରଳ ସଦୃଶ୍ୟ,
ସେହି ମଣିଷ ଜାଳି ପୋଡି କରେ ପାଉଁଶ,
ସତେ କି କେଭେ ତାକୁ ଛୁଇଁବନି ଆୟୁଷ
|୬|

ପଚାର ମନକୁ ତୁମେ କର ବ୍ୟବହାର,
ମଣିଷ ଦିବ୍ୟତାର ନା ରୁକ୍ଷ ରାକ୍ଷସର,
ପରିଚୟ ଯେ ତୁମର, ନିଜେ ଚେଷ୍ଟା କର,
ତମର ବି ଅଛି ହୃଦୟ ଯାହା ସୁନ୍ଦର
|୭|
*****************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*****************

16/03/2026

✏️Theme: The beauty of poetry

✏️ Title of poem: Poetry unites people
together
✏️ Author's name: Chittaranjan Nanda
✏️ Country: INDIA
✏️ Copyrighted
✏️TEXT:
Poetry gives liberty with a passion to bring people together,
On creativity, on every time of gold and bad weather.

Poet with knowledge and expression of emotion and feelings,
Like a teacher teaches, virtues and ideas as life's foundations.

Poetry uses vivid, sensory language to create lasting pictures,
Transforming present mind into a tangible, fleeting experiences.

As everything that comes from poet's hands learns its way back.
Words thrown to wind one day returns dressed in echo pack.

As law of return says he who sows thorns meets in his feet,
He who sows tenderness finds flowers in the way of it.

Writing a poem is a pure spiritual process existing within the moment,
Human heart takes precedence over the ego and the intellect.

I feel the flow of poetry is like a wave of light is running through me,
I find myself in enlightened space, merged with this creative force.

It’s communicating with the Soul on a most intimate level,
Spontaneously friendships develop, producing relationships, meaningful.

🙏🙏🙏🙏🙏ଲାଗିଲା ରଙ୍ଗ ଛିଟା🙏🙏🙏🙏🙏ଫଗୁ ଫଗୁ ଦିଶେ ଆଜି ଏଇ ଆକାଶଟା, ସୁନ୍ଦର ଦିଶଇ ଆଜି ପୁନେଇଁ ଜହ୍ନଟା, କହିଲୁ ମୋତେ ତୋର ମିଠା ମିଠା କଥାଟା,  ଥି...
03/03/2026

🙏🙏🙏🙏🙏
ଲାଗିଲା ରଙ୍ଗ ଛିଟା
🙏🙏🙏🙏🙏
ଫଗୁ ଫଗୁ ଦିଶେ ଆଜି ଏଇ ଆକାଶଟା,
ସୁନ୍ଦର ଦିଶଇ ଆଜି ପୁନେଇଁ ଜହ୍ନଟା,
କହିଲୁ ମୋତେ ତୋର ମିଠା ମିଠା କଥାଟା,
ଥିଲା ଏକ ସାଧା କାଗଜ ମୋ ଜୀବନଟା
|୧|

କରିଣ କିମିଆ ଛାଟିଲୁ ଏଇ କି ଛିଟା,
ଫଗୁଣରେ ରଙ୍ଗ ମାଖି ଦେଲ, ସେ ରଙ୍ଗଟା
ଗୋରା ଦେହେ ଲଗାଇଲୁ କି ରଙ୍ଗର ଛିଟା
ପାଗେଳୀ ସତେକି ହୋଇଲା ମୋର ମନଟା
|୨|

ହୋଇଗଲ ତମେ ମୋ ଇପ୍ସିତ ମଣିଷଟା,
ପ୍ରଥମ ପ୍ରେମର ନିଶା ଅକୁହା ଭାଷାଟା,
ହୃଦୟରେ ଛାଟିଲୁ ସତରେ ଏ କି ଛିଟା,
ର଼ହିଲ ମୋର ପ୍ରତି ସ୍ପନ୍ଦନରେ, ପ୍ରେମଟା
|୩|

ପାଖେ ରହିଛି ଓ ରହିଥିବ ମୋ ମନଟା,
ସେବେଠୁ ବଦଳି ଗଲା ମୋର ଦୁନିଆଟା,
ସପନରେ ଆସ ପୁଣି ଚୋରାଅ ନିଦଟା,
ଭୁଲାଉଛ କହି ମୋତେ ମିଠା ମିଠା କଥା
|୪|

ନଦୀ ଜଳ ମିଶେ ସାଗରରେ ଯେ କଥାଟା,
ଦେଇ ଅବିର, ଗଭୀର କଲ ତ ପ୍ରେମଟା,
ପ୍ରେମ ରସ ରଙ୍ଗେ ରଙ୍ଗାୟୀତ ଦୁନିଆଟା,
ମେଳନେ ନୀଳମଣି ମନେ ପକାଏ କଥା
|୫|

ଦୋଳ ବେଦୀରେ ରାଧା ଓ ମୋ କଳା ବଦନ
ଜଗାର ରଙ୍ଗରେ ରାଧା ହୋଇଛି ରଙ୍ଗୀନ
ପ୍ରେମ ରଙ୍ଗେ ନୂଆ ଦିଶୁଛି ଧରା ଅଙ୍ଗନ
ଦେଖ ବା ନଦେଖ ଚାଲିଛି ପ୍ରୀତି ପାର୍ବଣ
|୬|

ଫଗୁର ରଙ୍ଗରେ ଦିଅ ଧୋଈ ମନୁ ପୁଣ,
ରହିଛି ତୁମର ଯେତେ ମାନ ଅପମାନ,
ପ୍ରେମର ରଙ୍ଗରେ ପୋଛ ମାନ ଅଭିମାନ
ରଙ୍ଗର ମେଲଣ ଇଏ ଖୁସିର ମେଲଣ
|୭|

ଫଗୁର ଶ୍ରାବଣରେ ବହଇ ଖୁସି ପୁଣ,
ସୁଖ ଓ ଦୁଃଖ ଭରା ଏଇ ଆମ ଜୀବନ,
ଆମ ଦୁଃଖକୁ ଯେ ଧୋଇ ଦେଉ ଫଗୁ ରଙ୍ଗ,
ରାଗ ଋଷା ନେଇ ବୋଳିଦେଉ ପ୍ରେମରଙ୍ଗ
|୮|
🙏🙏🙏🙏🙏🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର କଟକ
🙏🙏🙏🙏🙏🙏

*********************କଳା କଳେବର କମଳ ଆଖି*********************ହେ କଳା କଳେବର ଅରବିନ୍ଦ ନୟନ,ପୁଣ୍ଡରୀକାକ୍ଷ ତୁମେ ହେ କମଳ ନୟନ,ରାଧା ପ୍...
20/01/2026

*********************
କଳା କଳେବର କମଳ ଆଖି
*********************
ହେ କଳା କଳେବର ଅରବିନ୍ଦ ନୟନ,
ପୁଣ୍ଡରୀକାକ୍ଷ ତୁମେ ହେ କମଳ ନୟନ,
ରାଧା ପ୍ରେମୀକ ତୁମ ନାମ ପଦ୍ମ ଲୋଚନ,
ଆହେ ପୁଣ୍ଡରିକ ନେତ୍ର ରାଜୀବ ଲୋଚନ
|୧|

ଆହେ କଳାକୃଷ୍ଣ ତୁମରି ଆଖି ଦିଓଟି,
ସତେ ପଦ୍ମ ଭଳି ସୁନ୍ଦର ଦିଶୁ ଥାଏ ଟି,
ଆମ ଓଡ଼ିଆରେ ଗୋଟିଏ କଥା ଅଛି ଟି,
ଷୋଳ କଳାରୁ ଏକ କଳା ନନ୍ଦ ବାଳା ଟି
|୨|

ଆହେ ଜଗନ୍ନାଥ ତୁମେ କଳା କଳେବର,
ଷୋହଳ କଳା ତୁମର ଆହେ ନିରାକାର,
ତୁମେ ଅନାଦି ପରବ୍ରହ୍ମ ଏ ସଂସାରର,
ଦାରୁ ରୂପରେ ଆର୍ବିଭାବ ପରମେଶ୍ୱର
|୩|

ହେ କଳା କଳେବର ତୁମ କମଳ ଆଖି,
ଶତ ଲାଲିତ୍ୟର ଦୀପ୍ତି, ଲାଖି ଯାଏ ଆଖି,
କଳା ଠାକୁର, ସର୍ଵ କଳାର ସମାବେଶ,
ହେ ଶ୍ରୀନାଥ ଷୋଳ କଳା ପୂର୍ଣ୍ଣ ଅମୃତେଶ
|୪|

ତୁମ ମୁଖ ଚାରୁ ଚନ୍ଦ୍ରିକା ରୂପ ମାଧୁର୍ଯ୍ୟ,
ତାହା ମାଣିକ ମଣି ମୁକ୍ତା ଜ୍ୟୋତି ବୈଦୂର୍ୟ୍ଯ,
କହ୍ନେଇ, ଶାଶ୍ଵତ ପ୍ରେମର ଦିବ୍ୟ ସ୍ଵରୂପ,
ତୁମରି ଅଲୌକିକ ଲୀଳା କୀର୍ତ୍ତି କଳାପ
|୫|

ତୁମ ଷୋଳକଳା ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର,
ଜ୍ୟୋତିଷ, ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ,
ହେ ଗୋସେଇଁ ସବୁ ଧର୍ମରେ ଯେ ସମାହିତ,
କାଳିଆ ସକଳ ମର୍ମର ରହସ୍ୟ ତତ୍ତ୍ୱ
|୬|

କଳା ଚାନ୍ଦ ତୁମେ କୋଟି ଲାବଣ୍ୟର କାନ୍ତି,
କଳା କାଞ୍ଚନ ତୁମେ ଶତ ଲାଲିତ୍ୟର ଦୀପ୍ତି,
ଚକାଡୋଳା ସକଳ ଦୃଷ୍ଟିର ଅନ୍ତର୍ଦୃଷ୍ଟି,
ଷୋଳ କଳାରେ ସମାହିତ ସମସ୍ତ ସ୍ଥିତି
|୭|
*********************
ଚିତ୍ତରଞ୍ଜନ ନନ୍ଦ କଟକ
*********************

15/01/2026

"""""""""""""""""""""""""""""""""""
🙏🙏🙏🙏🙏🙏🙏🙏
ଚତୁର୍ଯୁଗେ ସ୍ଵଦେହେ ସ୍ଵର୍ଗ ଗମନ
🙏🙏🙏🙏🙏🙏🙏🙏
""""""""""""""""""""""""""""""""""""
ମଣିଷ ଯୁଗ ପରେ ଯୁଗ ସ୍ବର୍ଗର
ସନ୍ଧାନ କରି ଯେ,
ହରେଇ ସାରିଛି ଜୀବନ ପୁରୁଷ
ପରେ ପୁରୁଷ ସେ,
ଅଦେଖା ସ୍ବର୍ଗକୁ ଖୋଜିଣ ମଣିଷ
ତାର ଜୀବନକୁ,
କରିଛି ନର୍କ, ଧର୍ମ ଧର୍ମ ମଧ୍ୟରେ
କରି ଲଢ଼େଇକୁ |୧|

ବୁଲୁଛି ତୀର୍ଥ ପରେ ତୀର୍ଥ ଗଢ଼ୁଛି
ପୂଜୁଛି ଈଶ୍ୱର,
ସୃଷ୍ଟି ହେଉଛନ୍ତି ପ୍ରତିଦିନ କେତେ
ନା କେତେ ଈଶ୍ୱର,
ପ୍ରକୃତ କଥା ହେଲା ସ୍ବର୍ଗ ବା ନର୍କ
କୋଉଠି ରହିଛି,
ସ୍ବର୍ଗ ବା ନର୍କ କେମିତି ଅଛି କିଏ
ସେ କଥା ଦେଖିଛି? |୨|

ବିଶ୍ୱାସ ରହିଛି ସତ୍ୟ ଧର୍ମ ନ୍ୟାୟ
ନୀତି ବ୍ରତ ବଳେ,
ଅସାଧ୍ୟ ସାଧନ ଅଟଇ ସ୍ବଦେହେ
ସର୍ଗ ଧାମେ ଚଳେ,
ଚାରି ଯୁଗରେ ସ୍ୱଦେହରେ ସ୍ଵର୍ଗକୁ
କରନ୍ତି ଗମନ,
ସମଗ୍ର ଦୁନିଆରେ କରି ଅଛନ୍ତି
ଜାଣ ଚାରି ଜଣ |୩|

ସତ୍ୟ ଯୁଗେ ନଚିକେତା ତ୍ରେତୟାରେ
ହରିଶ୍ଚନ୍ଦ୍ର ଦାନେ,
ସ୍ତ୍ରୀ ପୁତ୍ର ବିକ୍ରୟ କରି ପହଂଚିଲେ
ପରା ସ୍ୱର୍ଗ ସ୍ଥାନେ,
ଦ୍ୱାପର ଯୁଗରେ ରାଜା ଯୁଧିଷ୍ଠିର
ରାଜ୍ୟ ତ୍ୟାଗ କରି,
ଦ୍ରୌପଦୀକୁ ସାଥେ ନେଇ ଗଲେ
ସ୍ୱର୍ଗକୁ ସେପରି |୪|

ଥରେ କହିଥିଲେ ମିଛ ଧର୍ମରାଜ
ନର ବା ଗୁଞ୍ଜର,
ମୃତ୍ୟୁ ହୋଇଛି ଯୁଦ୍ଧେ ନଜାଣି ଦ୍ରୋଣ
ପୁତ୍ର ଅଶ୍ୱଥ୍ମାର,
କଳି ଯୁଗରେ ଇନ୍ଦ୍ରଦ୍ୟୁମ୍ନ ରାଜା ଯେ
କୁଆଡେ ସେପରି,
ସ୍ୱଦେହରେ ଗମନ କରି ଥିଲେ ସେ
ତ କଳ୍ପିତ ସ୍ଵର୍ଗପୁରୀ |୫|

ଚତୁର୍ଯୁଗେ ସ୍ଵଦେହେ ସ୍ଵର୍ଗ ଗମନ
ବିଶ୍ୱାସର କଥା,
ପୁରାଣ ଶାସ୍ତ୍ରରେ ଆମେ ହିଁ ସମସ୍ତେ
ପଢୁଅଛେ ଗାଥା,
ମଣିଷ ସୃଷ୍ଟି ହୁଅଇ ଏ ମର୍ତ୍ତ୍ୟଲୋକକୁ
ସ୍ବର୍ଗ କରିବାକୁ,
ଖୋଜୁଛି ନୂତନ ସ୍ବର୍ଗ, ନର୍କ କରି
ଏ ମର୍ତ୍ତ୍ୟଲୋକକୁ |୬|
""""""""""""""""""""""""""""""""""""
🙏🙏🙏🙏🙏🙏🙏🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
🙏🙏🙏🙏🙏🙏🙏🙏
""""""""""""""""""""""""""""""""""""

11/01/2026

*************
କେବେ ବୁଝିବ?
*************
ଫସଲ ଉଜୁଡି ଯେବେ ଯାଉଛି,
ଚାଷୀ ବିଷ ପିଇ ମରି ଯାଉଛି,
ଦେଶ ଜଳୁଛି ବେକାରୀ ଜ୍ୱାଳାରେ
ମରି ଯାଏ ସ୍ୱପ୍ନ ଯୁବ ଗୋଷ୍ଠୀରେ,
ସାମ୍ପ୍ରଦାୟିକ ଦଙ୍ଗା ଯେ ବଢ଼ଇ,
ଦେଶ ଫାଳ ଫାଳ ହୋଇ ଯାଅଇ,
ଅଧା ବୟସରେ ଲୋକ ମରୁଛି,
ସ୍ୱଳ୍ପ ଲୋକଙ୍କ ସମ୍ପତ୍ତି ବଢ଼ିଛି,
କିନ୍ତୁ ତୁଚ୍ଛା ମିଛ ଶବ୍ଦ ବାଣରେ,
ଦେଶ ଆଗେଇ ଚାଲିଛି କହୁରେ,
କାରଣଟି ଜାଣିବାକୁ ଅଛି ରେ,
ଗଢ଼ି ହୁଏ ମଣିଷର ଜୀବନ,
ଅନେକ ଯତ୍ନ ହିଁ ରହିଲେ ପୁଣ,
ସମ୍ପର୍କ ଗଢ଼ା ଯେ ବିନା ଦ୍ୱେଷରେ,
ଶବ୍ଦ ଭାଙ୍ଗେ, ପ୍ରେମ ହୁଏ ଶବ୍ଦରେ,
କେବେ ବୁଝିବ ହେ ଶାସକଗଣ,
ଓ ତାଙ୍କର ଚେଲା ଚାମୁଣ୍ଡାଗଣ
*************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*************

10/01/2026

I got over 50 reactions on my posts last week! Thanks everyone for your support! 🎉

Address

Jagatpur
NEARKHANDEIDHABA,JAGATPUR

Telephone

9437042244

Website

Alerts

Be the first to know and let us send you an email when Chittan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Chittan:

Shortcuts

Share

Category