The Sports Today

  • Home
  • The Sports Today

The Sports Today EXCLUSIVE SPORTS DIGITAL PLATFORM

30/08/2026

#ବାଜିଲା ବିଗୁଲ୍ !
#ସେପ୍ଟେମ୍ବର ୨୦ରୁ ବାରବାଟୀରେ ‘Odisha T20 League CM Trophy 2026’ର ମହାମୁକାବିଲା !

 #ଧୂମଧାମରେ ପାଳିତ ହେଲା ଉତ୍କଳ କରାଟେ ସ୍କୁଲ୍‌ର ବାର୍ଷିକ ଉତ୍ସବ  #କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରଫୁଲ୍ଲ, ତୁଷାର...
30/08/2026

#ଧୂମଧାମରେ ପାଳିତ ହେଲା ଉତ୍କଳ କରାଟେ ସ୍କୁଲ୍‌ର ବାର୍ଷିକ ଉତ୍ସବ
#କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରଫୁଲ୍ଲ, ତୁଷାର ଓ ଚକ୍ରଧର ସମ୍ମାନିତ

#ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠା ଦିବସ ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାକ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ କ୍ରୀଡ଼ା ସାମ୍ବାଦିକ ‘ସମ୍ବାଦ’ର ପ୍ରଫୁଲ୍ଲ କିଶୋର ସାହୁ, ‘ସକାଳ’ର ତୁଷାର କୁମାର ସେନାପତି ଓ ଡିଜିଟାଲ ମିଡିଆ ‘ସ୍ପୋର୍ଟସ ଟୁଡେ’ ଚକ୍ରଧାରୀ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗତ ୧୧ ବର୍ଷ ଧରି ପ୍ରଫୁଲ କ୍ରୀଡ଼ା ସାମ୍ବାଦିକ କରି ଆସୁଛନ୍ତି। ଓଡ଼ିଶାରେ ଆୟୋଜିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସହ କୋଲକାତାରେ ଆଇପିଏଲ୍‌ ମ୍ୟଚ୍‌ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ସେହିଭଳି ସକାଳ ଖବରକାଗଜର କ୍ରୀଡ଼ା ସାମ୍ବାଦିକ ତୁଷାର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରିପୋର୍ଟି କରିଛନ୍ତି। ଚକ୍ରଧର ବିଭିନ୍ନ ଖବରକାଗଜରେ କାମ କରିବାରେ ନିଜେ ‘ସ୍ପୋର୍ଟ୍ସ ଟୁଡେ’ ନାମକ ଏକ ଡିଜିଟାଲ୍‌ ଚ୍ୟାନେଲ୍‌ ଖୋଲି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ସେ ମଧ୍ୟ ଜଣେ ପୂର୍ବତନ ଖେଳାଳି ହେବା ସହ ଏବେ ଓଡ଼ିଶା ଟେନିସ ଵଲ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହ ‘ନ୍ୟୁଜ୍‌୧୮ ଓଡ଼ିଆ’ର ବରିଷ୍ଠ କ୍ୟାମେରାମ୍ୟାନ୍‌ ଗୌରପ୍ରସାଦ ରାଜଗୁରୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବଡିଂ ବିଲ୍ଡିଂ ପ୍ରତିଯୋଗିତା ସହ ମହିଳାମାନଙ୍କ ମଧ୍ୟରେ ଫେସନ୍‌ ସୋ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍‌ ସଂଘର ସଭାପତି ସମୀର ମହାନ୍ତି, ଆଇଜି ପୁଲିସ ଊମାଶଙ୍କର ମିଶ୍ର ଓ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଚିତ୍ତରଞ୍ଜନ ସ୍ବାଇଁ ଓ ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

30/08/2026
 #ଉତ୍କଳ କରାଟେ ସ୍କୁଲ୍‌ ର ବାର୍ଷିକ ଉତ୍ସବର କିଛି ଫଟୋ !
30/08/2026

#ଉତ୍କଳ କରାଟେ ସ୍କୁଲ୍‌ ର ବାର୍ଷିକ ଉତ୍ସବର କିଛି ଫଟୋ !

29/08/2026

#କ୍ରୀଡ଼ା ଜଗତରେ ଗୌରବ !
#ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ହେଲେ ଶକ୍ତି ପ୍ରକାଶ !

28/08/2026

#ରାଜ୍ୟ ବଲ୍ ବ୍ୟାଡମିଣ୍ଟନ ମହାଲଢ଼େଇ ଆରମ୍ଭ !
#ଧୁମଧାମରେ ଉଦଘାଟିତ ହେଲା ୩୧ତମ ସବ୍-ଜୁନିଅର ଓ ୩୪ତମ ସିନିଅର ରାଜ୍ୟ ବଲ୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ !

 #ଯୁଵ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରକାଶ ନନ୍ଦଙ୍କୁ ପ୍ରତିଷ୍ଠିତ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ! #ଭୁବନେଶ୍ୱର,(ଚକ୍ରଧର ମାଝି) : ର...
27/08/2026

#ଯୁଵ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରକାଶ ନନ୍ଦଙ୍କୁ ପ୍ରତିଷ୍ଠିତ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ !

#ଭୁବନେଶ୍ୱର,(ଚକ୍ରଧର ମାଝି) : ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଓ ଉତ୍କର୍ଷ ଅବଦାନ ନିମନ୍ତେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରକାଶ ନନ୍ଦଙ୍କୁ ପ୍ରତିଷ୍ଠିତ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ ପାଇଁ ମନୋନୀତ କରାଯାଇଛି।

​ଦୀର୍ଘ ବର୍ଷ ଧରି କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ଶ୍ରୀ ନନ୍ଦ ପ୍ରମୁଖ ଓଡ଼ିଆ ଦୈନିକ ଖବରକାଗଜ ‘ସମୟ’ରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କ୍ରୀଡ଼ା ସାମ୍ବାଦିକ ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛନ୍ତି। ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଖେଳାଳିଙ୍କ ସଫଳତା ଏବଂ କ୍ରୀଡ଼ା ଭିତ୍ତିଭୂମି ସମ୍ପର୍କରେ ତାଙ୍କର ନିରପେକ୍ଷ ତଥା ତଥ୍ୟଭିତ୍ତିକ ରିପୋର୍ଟିଂ ସର୍ବଦା ପାଠକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆଦୃତ ହୋଇଆସିଛି।

​ଓଡ଼ିଶାର କ୍ରୀଡ଼ା ଜଗତର ଉନ୍ନତି, ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ତଥା କ୍ରୀଡ଼ା ପ୍ରସାର ଦିଗରେ ତାଙ୍କର ଏହି ଦୀର୍ଘକାଳୀନ ଅବଦାନ ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ଏହି ସମ୍ମାନଜନକ ପୁରସ୍କାର ଲାଗି ଚୟନ କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ କ୍ରୀଡ଼ା ସଂଗଠନ, କ୍ରୀଡ଼ାବିତ୍ ଏବଂ ସାମ୍ବାଦିକ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

 #ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୨୯ରୁ ପାରା ଭଲିବଲ୍ ଟିମ୍ ଚୟନ ! #ଭୁବନେଶ୍ୱର,(ଚକ୍ରଧର ମାଝି) : ପାରା ଭଲିବଲ୍ ଆସୋସ...
26/08/2026

#ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୨୯ରୁ ପାରା ଭଲିବଲ୍ ଟିମ୍ ଚୟନ !

#ଭୁବନେଶ୍ୱର,(ଚକ୍ରଧର ମାଝି) : ପାରା ଭଲିବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୨୯ ଓ ୩୦ ତାରିଖ ଦୁଇଦିନ ଧରି ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପାରା ଭଲିବଲ୍ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରୁ ତୃଣମୂଳ ସ୍ତରର ପ୍ରତିଭାବାନ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ସୁଯୋଗ ପ୍ରଦାନ କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ।

​ଏହି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଆଗ୍ରହୀ ଦିବ୍ୟାଙ୍ଗ ଭଲିବଲ୍ ଖେଳାଳିଙ୍କୁ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରତିଯୋଗୀମାନେ ନିର୍ଦ୍ଧାରିତ ତାରିଖରେ 7978569185 ନମ୍ବରରେ ପଞ୍ଜୀକରଣ କରାଇବା ସହ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

 #ପିଚ୍‌ରେ ଦୁଇ ମହାନଗର ନିଗମ ! #କ୍ରିକେଟ ଫିଲ୍ଡରେ ମେୟର ଓ କର୍ପୋରେଟରଙ୍କ ଚୌକା-ଛକ୍କା, ଯୋଗଦେଲେ ବିଧାୟକ ! #ଭୁବନେଶ୍ୱର,(ଚକ୍ରଧର ମାଝି) :...
26/08/2026

#ପିଚ୍‌ରେ ଦୁଇ ମହାନଗର ନିଗମ !
#କ୍ରିକେଟ ଫିଲ୍ଡରେ ମେୟର ଓ କର୍ପୋରେଟରଙ୍କ ଚୌକା-ଛକ୍କା, ଯୋଗଦେଲେ ବିଧାୟକ !

#ଭୁବନେଶ୍ୱର,(ଚକ୍ରଧର ମାଝି) : ସ୍ଥାନୀୟ କିଟ୍ (KIIT) ଖେଳ ପଡ଼ିଆଠାରେ ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ କଟକ ମହାନଗର ନିଗମ (CMC) ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଭୟ ନିଗମର ମେୟର, କର୍ପୋରେଟର ଏବଂ ବରିଷ୍ଠ ଅଧିକାରୀମାନେ ଖେଳାଳି ଭାବେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।

​ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ପ୍ରଶାସନିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଶରୀର ଓ ମନକୁ ସୁସ୍ଥ ରଖିବା ସହ ଦୁଇ ସହରର ପ୍ରତିନିଧି ତଥା ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ଭ୍ରାତୃଭାବ ବୃଦ୍ଧି କରିବାରେ ସହାୟକ ହେବ।

​ପଡ଼ିଆରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ଉପସ୍ଥିତ ଦର୍ଶକ ଏବଂ କର୍ମଚାରୀମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଏମସି ଓ ସିଏମସିର ବହୁ ପଦାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Address

GA/30, IRC VILLAGE, JAYADEV VIHAR, BHUBANESWAR

751013

Alerts

Be the first to know and let us send you an email when The Sports Today posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Sports Today:

Shortcuts

  • Want your business to be the top-listed Gym/sports Facility?

Share