25/07/2017
IS NOT IT A GREAT THINKING !!
କେତେ ଖୁସିରେ, ଆନନ୍ଦରେ ପୁଜା ଅର୍ଚ୍ଚନା କରି ହୀରାକୁଦ ଡ୍ୟାମ୍ ର ଗେଟ ଖୋଲିଦିଆଗଲା ବନ୍ୟାଜଳ ନିଷ୍କାସନ ପାଇଁ... ୩୬ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଗେଲନ୍ ପାଣି ଯାଇ ମିଶିଯିବ ସମୁଦ୍ରରେ... ଜାଣି ପାରୁ ନାହିଁ ଯେ ଏହା ପାଣି ଯାଉ ନାହିଁ ଯାଉଛି ଆମର ଜୀବନ... ବର୍ଷା ଦିନ ସାରା ଏମିତି ଗେଟ୍ ଖୋଲା ଚାଲିଥିବ ଆଉ ସବୁ ପାଣି ବୋହି ଚାଲିଥିବ ସମୁଦ୍ରକୁ... ଆଉ ତାପରେ ବର୍ଷକ ଯାକ କାନ୍ଦଣା ବାଜିବ ଛତିଶଗଡ ବ୍ୟାରେଜ ବନେଇ ପାଣି ରୋକି ଦେଲାା ଓଡ଼ିଶାରେ ଦୁର୍ଭିକ୍ଷ ମାଡି ଆସିବ... ଜିଲ୍ଲାପାଳ ଅଫିସ ଆଗରେ କେତେ ମାଠିଆ ଭଂଗା ହେବ... ବୁର୍ଲା ଠୁ ଭୂବନେଶ୍ଵର କେତେ ମାନବ ଶୃଙ୍ଖଳା ତିଆରି କରାଯିବ... ଛତିଶଗଡ ସରକାରଙ୍କ ଚଉଦ ପୁରୁଷ କୁ ଓଝାଳି ପକାଇବେ... ଓଡ଼ିଶା କାହିଁକି ଏକ ଚିର ପଛୁଆ ରାଜ୍ୟ ହୋଇ ରହିଗଲା ତାହା ଏବେ ଜଣା ପଡୁଛି... ନା କୌଣସି ଦୂରଦୃଷ୍ଟି, ନା କୌଣସି ସାହସିକ ପଦକ୍ଷେପ... କେବଳ ଅନ୍ୟ ପଛରେ ଭୁକିବା ହିଁ ଓଡିଆ ଜାତିର ଲକ୍ଷଣ ହୋଇ ରହି ଯାଇଛି...
ହୀରାକୁଦ ଗେଟ୍ ଖୋଲୁ ଖୋଲୁ ତ ସବୁ ପାଣି ସମୁଦ୍ରକୁ ଗଲାା କାହିଁକି ଓଡ଼ିଶା ସରକାର ଯୋଜନା କରି ସବୁ ନଦୀ ଉପରେ ବ୍ୟାରେଜ ମାନ ନିର୍ମାଣ କରୁ ନାହାଁନ୍ତି ? ପାଣି ଗଚ୍ଛିତ ହୋଇ ରହନ୍ତା... ସେଇ ପାଣିକୁ ଲୋକେ ଚାଷବାସ ରେ ବ୍ୟବହାର କରନ୍ତେ, ପିଇବା ପାଇଁ ବ୍ୟବହାର କରନ୍ତେ, ସବୁଆଡେ ପୁଣି ଥରେ ସବୁଜିମା ଭରି ଯାଆନ୍ତା, ସ୍ଥାନୀୟ ଜଳବାୟୁ ଥଣ୍ଡା ରହନ୍ତାା କମ୍ ସେ କମ୍ ଓଡ଼ିଶା ସରକାର ନଦୀ ମାନଙ୍କ ଉପରେ ଶହ ଶହ କୋଟି ଟଙ୍କା ବ୍ୟୟରେ ଯେଉଁ ସେତୁ ନିର୍ମାଣ କରୁଛନ୍ତି ସେଗୁଡିକୁ ସେତୁ ସହିତ ବ୍ୟାରେଜ ଭଳି ନିର୍ମାଣ କଲେ କଣ ହୁଅନ୍ତା ନାହିଁ... ଏଇ ଯେମିତି ସୋନପୁର ଜିଲ୍ଲାରେ ମହାନଦୀ ବକ୍ଷରେ ଏକ ବିଶାଳ ସେତୁ ନିର୍ମାଣ ହୋଇଛି ତାକୁ ବ୍ୟାରେଜ ର ରୂପ ଦେଲେ ବର୍ଷ ସାରା ପାଣି ଗଚ୍ଛିତ ହୋଇ ରହନ୍ତା ଓ ଚିର ମରୁଡି ପ୍ରପିଡିତ ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା ସବୁଜିମାରେ ଭରି ଯାଆନ୍ତାା ସେମିତି ସମ୍ବଲପୁର ଜିଲ୍ଲାରେ ମହାନଦୀ ବକ୍ଷରେ ନିର୍ମିତ ହେଉଥିବା ଦ୍ୱିତୀୟ ସେତୁ ତଥା ରାଉରକେଲା ରେ ବ୍ରାହ୍ମଣୀ ନଦୀ ଉପରେ ପ୍ରକଳ୍ପିତ ଦ୍ୱିତୀୟ ସେତୁକୁ ମଧ୍ୟ ବ୍ୟାରେଜ କରାଯାଇ ପାରିବ.... ଦରକାର ଖାଲି ଇଚ୍ଛାଶକ୍ତି
Copied from the wall of
Prabhas Pruseth
Youth Against Corruption
Burla
Sambalpur